ବିୟୁରୋ ରିପୋର୍ଟ )
ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ମନ୍ଦିର ରୁ ମା’ ଙ୍କର ସୁନା ଅଳଙ୍କାର ଚୋରି ଘଟଣା , ସମସ୍ତ ଅଳଙ୍କାର ଉଦ୍ଧାର କରିଛି ଟାଙ୍ଗୀ ପୋଲିସ । ଏହି ଚୋରି ଘଟଣାରେ ସଂପୃକ୍ତ ଥିବା 2 ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଅତିରିକ୍ତ ଏସପି କୃଷ୍ଣଚନ୍ଦ୍ର ମୁଣ୍ଡ୍ , ଏସଡିପିଓ ମିନାକ୍ଷୀ ଠାକୁର ଏବଂ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ଉପସ୍ଥିତି ରେ ଖୋରଧା ଅତିରିକ୍ତ SP ସୂଚନା ଦେଇଛନ୍ତି । ଗତ ଶନିବାର ବିଳମ୍ବିତ ରାତ୍ରରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତପୀଠ ତଥା ପର୍ଯ୍ୟଟନ ସ୍ଥଳୀ ମା’ ଉଗ୍ରତାରା ଙ୍କ ସୁନା ଅଳଙ୍କାର ସହିତ ସୁନା ଆଖି ତାଡି ନେଇଥିଲେ ଚୋର । CCTV ଫୁଟେଜ୍ କୁ ଆଧାର କରି ଚୋର ଧରିବାରେ ସକ୍ଷମ ହୋଇଛି ଟାଙ୍ଗୀ ପୋଲିସ । ଗିରଫ 2 ଅଭିଯୁକ୍ତ ତଥା ଚୋର ହେଲେ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ପାଣ୍ଡବପାଟଣା ଗ୍ରାମର ବାଇଧର ପ୍ରଧାନ ଓ ଗଙ୍ଗାଧର ପ୍ରଧାନ । ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ 2 ଟିମ୍ ଗଠନ ହୋଇଥିବି ବେଳେ ବାଲୁଗାଁ ଏସଡିପିଓ ଙ୍କ ନେତୃତ୍ୱରେ ଗୋଟିଏ ଟିମ୍ , ଏପରି 3 ଟିମ୍ ଏହି ଚୋରି ଘଟଣାର ଛାନ୍-ବିନ୍ କରିବା ପରେ ଧରାପଡିଛନ୍ତି ଏହି 2 ପେଶାଦାର ଚୋର ।
More Stories
ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି କୁନ୍ଦ୍ରା ପୋଲିସ, ମୃତର କାରଣ ସ୍ପଷ୍ଟ ହୋଇ ନାହିଁ !
ଭୁଷଣ୍ଡପୁର ଶିଶୁପୁତ୍ରକୁ ଅପହରଣ ଓ ହତ୍ୟା ଘଟଣା : ୨ ହତ୍ୟାକାରୀ ଗିରଫ
******** ******* ******
ଧରାପଡିଲା ଗଞ୍ଜେଇ ବେପାରୀ l