ଚିଲିକା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର ଦୀକ୍ଷିତିପଡା ଗାଁ ଛକ ନିକଟରେ ରହିଛି ମା’ ସୁଳିଆ ଠାକୁରାଣୀ ଙ୍କ ମନ୍ଦିର , ଆଉ ସେହି ମନ୍ଦିର ପାଖରେ 3 ଜଣ ଡକାୟତ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଧରି ଡକାୟତି କରିବା ପାଇଁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରୁଥିଲେ । ହେଲେ ଡକାୟତ ମାନଙ୍କର ସବୁ ଖେଳ ବିଗାଡି ଦେଲା ଟାଙ୍ଗୀ ପୋଲିସ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ଏହି ଡକାୟତ ମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଡକାୟତ ମାନଙ୍କ ଠାରୁ ନଗଦ ପ୍ରାୟ ଦେଢ଼ ହଜାର ଟଙ୍କା ଏବଂ ଏକ ମୋଟର ସାଇକେଲ ସହିତ ବହୁ ମାରଣାସ୍ତ୍ର ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବାଲୁଗାଁ ଅଞ୍ଚଳର ସୋମନାଥ ବେହେରା, ଅଶୋକ ପ୍ରଧାନ ଏବଂ ଟାଙ୍ଗୀ ନିକଟସ୍ଥ ସୋରଣ-ମାନସିଂହପୁର ଗ୍ରାମର ମଙ୍ଗୁ ବେହେରା । ଗିରଫ ଅଭିଯୁକ୍ତ ମାନେ ବିଭିନ୍ନ ସ୍ଥାନରେ ଚୋରି-ଡକାୟତି କରିଥିବା ପୋଲିସ ନିକଟରେ କହିଛନ୍ତି । ଏହି ଡକାୟତ ମାନେ ଜାତୀୟ ରାଜପଥରେ ଡକାୟତି କରନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।
ଫସର ଫାଟିଲା ଡକାୟତି ଯୋଜନା , ଡକାୟତି ପୂର୍ବରୁ 3 ଜଣ ଡକାୟତଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ l

More Stories
ଭୁଷଣ୍ଡପୁର ଶିଶୁପୁତ୍ରକୁ ଅପହରଣ ଓ ହତ୍ୟା ଘଟଣା : ୨ ହତ୍ୟାକାରୀ ଗିରଫ
******** ******* ******
ଧରାପଡିଲା ଗଞ୍ଜେଇ ବେପାରୀ l
ମହିଳାଙ୍କର ମୃତଦେହ ଏକ ପୋଲ ତଳୁ ଉଦ୍ଧାର କରିଛି ବୈପାରୀଗୁଡା ପୋଲିସ !