( ବିୟୁରୋ ରିପୋର୍ଟ )
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସରକାରୀ ଡାକ୍ତରଖାନାରେ କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଆୟୁଷ୍ମାନ ଭବ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ମେଳାରେ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ ରୁ ଅଭିଜ୍ଞ ତଥା ବରିଷ୍ଠ ଡାକ୍ତରମାନେ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ବିଭାଗର ଯଥା ଚକ୍ଷୁ , ଚର୍ମ , ହାର୍ଟ , ସର୍ଜରି , ମେଡିସିନ୍, ଗଳା , କର୍ଣ୍ଣ , ଯକ୍ଷ୍ମା ରୋଗ ଉପରେ ରୋଗୀ ମାନଙ୍କର ଚିକିତ୍ସା କରାଯିବା ସହିତ ପରୀକ୍ଷା-ନିରୀକ୍ଷା କରାଯାଇଥିଲା । ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ କରାଯାଇଥିଲା । ଏଥିରେ ଟାଙ୍ଗୀ ମେଡିକାଲ ର ସୁପରିନ୍ଟେଣ୍ଡେଟ ଡକ୍ଟର ସତ୍ୟରଞ୍ଜନ ନନ୍ଦ, ଏମ୍ସ ପ୍ରଫେସର ଡକ୍ଟର ଅରବିନ୍ଦ ଏବଂ ଟାଙ୍ଗୀ ମେଡିକାଲ ର ବ୍ଲକ ପ୍ରୋଗ୍ରାମିଂ ଅଧିକାରୀ ତପନ କୁମାର ମଣ୍ଟୁ ମନିଟରିଂ କରିଥିଲେ । ଟାଙ୍ଗୀ ମେଡିକାଲ ଟିମ୍ ସମେତ ଏମ୍ସ ମେଡ଼ିକାଲ ରୁ ଆସିଥିବା ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନେ ଯୋଗଦେଇଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ପ୍ରାୟ ୬/୭ ଶହ ରୋଗୀ ନାମ ପଞ୍ଜିକରଣ କରି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ଜଣାପଡିଛି l
More Stories
ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ , 2 ଜଣଙ୍କ ଲାଇସେନ୍ସ ରଦ୍ଦ l
ମା କଜଳେଇ ଦେବୀ ଯୁବକ ସଂଘ ଦ୍ୱାରା ଆୟୋଜିତ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା l
ବାସନ୍ତୀ ମହାପାତ୍ରଙ୍କ ବିଶାଳ ବାଇକ ଶୋଭାଯାତ୍ରା l