ବିୟୁରୋ ରିପୋର୍ଟ
ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଙ୍କ ପକ୍ଷରୁ ଖେଳାଳୀ ମାନଙ୍କୁ କ୍ରୀଡା ଉପକରଣ ବଣ୍ଟନ କରିଛନ୍ତି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଟାଙ୍ଗୀ ବ୍ଲକ ଅଧିନସ୍ଥ 26 ଟି ପଞ୍ଚାୟତ ମଧ୍ୟରେ ଥିବା 52 ଟି ଖେଳାଳୀ ଟିମ୍ ମାନଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରିବା ପାଇଁ ଭୁବନେଶ୍ବର ସାଂସଦ ବିଭିନ୍ନ କ୍ରୀଡା ଉପକରଣ ବଣ୍ଟନ କରିଛନ୍ତି । ସାରା ରାଜ୍ୟରେ ଏହା ପ୍ରଥମ ଘଟଣା ଯାହାକି ସାଂସଦ ଏଭଳି ଯୁବ ଗୋଷ୍ଠୀଙ୍କୁ ଫୁଟବଲ , କ୍ରିକେଟ ଏବଂ ଭଲି-ବଲ କିଟ୍ ବଣ୍ଟନ କରି ଚର୍ଚ୍ଚା ଭିତରକୁ ଆସିଛନ୍ତି ।
ଟାଙ୍ଗୀ ସଦରମହକୁମା ର ବଳରାମ ଦେବ ଙ୍କ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା ଏଭଳି କାର୍ଯ୍ୟକ୍ରମ , ଯେଉଁଥିରେ ସାଂସଦ ଅପରାଜିତା ଷଢ଼ଙ୍ଗୀ , BJP ନେତା କାଳୁଚରଣ ଖଣ୍ଡୟତରାୟ , ରଶ୍ମିରଞ୍ଜନ ମହାପାତ୍ର , ସାଂସଦ ଙ୍କ ପ୍ରତିନିଧି ହେମନ୍ତ କୁମାର ବେହେରା , ସାମ୍ବାଦିକ ରାମ ନାରାୟଣ ଦାସ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳରେ ଥିବା ଯୁବ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ସାଂସଦ କହିଛନ୍ତି । ଗ୍ରାମାଞ୍ଚଳର ବିଭିନ୍ନ କ୍ରୀଡ଼ା ସଂଗଠନ ମାନଙ୍କୁ ଏଭଳି ଖେଳ ଉପକରଣ ବଣ୍ଟନ କରାଯାଇଥିଲା ।
More Stories
ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ , 2 ଜଣଙ୍କ ଲାଇସେନ୍ସ ରଦ୍ଦ l
ମା କଜଳେଇ ଦେବୀ ଯୁବକ ସଂଘ ଦ୍ୱାରା ଆୟୋଜିତ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା l
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,