ରାୟଗଡ଼.. ଜିଲ୍ଲା ଗତ କାଲି ସଂନ୍ଧ୍ୟା ୭:୩୦ ମି. ସମୟରେ ଗୁରୁତୀର୍ଥ ଗୁଡିଆବନ୍ଧ ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିର ପରିସରରେ ୨ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଜୁଲାଇ ମାସ ୧୮ ତାରିଖରେ ଦିବ୍ୟ ଦର୍ଶନ ସଂଘ ପ୍ରତିଷ୍ଠାତା ପରମ ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୧ତମ ଜୟନ୍ତୀ ମହୋତ୍ସବ ପଦ୍ମପୁର, ରାମନାଗୁଡା,ଗୁଣପୁର,ଓ ଗୁଡାରି ବ୍ଳକର କର୍ମକର୍ତ୍ତା ଓ ଗୁରୁଭାଇ ଭଉଣୀ ମାନଙ୍କୁ ନେଇ ମହା ଆଡମ୍ବରର ସହ ପାଳନ କରିବା ନିମନ୍ତେ ଗୁଡିଆବନ୍ଧ ଶାଖା ଆନୁକୂଲ୍ୟରେ ଏହାର ପ୍ରାକପ୍ରସ୍ତୁତି ନିମନ୍ତେ ଗତ ଜୁନ ମାସ ୨୨ ତାରିଖରେ ପ୍ରଥମ ବୈଠକ, ଓ ଗତକାଲି ଅର୍ଥାତ୍ ଜୁଲାଇ ୭ ତାରିଖରେ ଏହାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରକ୍ତ ଦାନ ଶିବିର , ବୃକ୍ଷ ରୋପଣ, ନଗର ସଂକୀର୍ତ୍ତନ ଓ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ଅଞ୍ଚଳର ବହୁ ଆଧ୍ୟାତ୍ମିକ ଅନୁଷ୍ଠାନ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିବାର ନିଷ୍ପତି କରାଗଲା । ଜୟନ୍ତୀ ମହୋତ୍ସବ ଶୃଙ୍ଖଳା ର ସହ ସମସ୍ତ କାର୍ଯ୍ୟ ପରିଚାଳନା ନିମନ୍ତେ ଭାଇ ଭଉଣୀ ମାନଙ୍କୁ ଦାୟିତ୍ଵ ଅର୍ପଣ କରାଗଲା । ଭଜନ ପରିବେଷଣ ଓ ଦିବ୍ୟ ଜ୍ଞାନ ଆଲୋଚନା ପ୍ରବଚନ ସୁରୁଖୁରୁରେ ସମାପନ ନିମନ୍ତେ ସମସ୍ତ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା ।

ବୈଠକକୁ ॐକାର ଧ୍ୱନି, ଗୁରୁବନ୍ଦନା, ପ୍ରାରମ୍ଭିକ ଭଜନ ଦ୍ୱାରା ଆରମ୍ଭ କରାଯାଇଥିଲା । ଗୁଡିଆବନ୍ଧ ଶାଖା ସଭାପତି ଲାଡି ଉଦୟ ଶଙ୍କର ସଭାରେ ସଭାପତିତ୍ବ କରିଥିଲେ , ସଂପାଦକ ଜନାର୍ଦ୍ଦନ ସେନାପତି ବିବରଣୀ ପାଠ ଓ ବୈଠକର ଉଦେଶ୍ୟ ଅବଗତ କରାଇ ଥିଲେ । ଆଞ୍ଚଳିକ ପ୍ରତିନିଧି ଲାଡି ନାଗେଶ୍ୱର ରାଓ ଉପସ୍ଥିତ ଭାଇ ଭଉଣୀ ମାନଙ୍କ ମତାମତ ଲୋଡିବା ସହ ଯୋଜନା ପ୍ରସ୍ତୁତ କରିଥିଲେ । ଉପ ସଭାପତି ଉଦୟ ଶବର ଭାଇ ଭଉଣୀ ମାନଙ୍କୁ ବିଭିନ୍ନ ବିଭାଗ ତୁଲାଇବାକୁ ଦାୟୀତ୍ବ ଅର୍ପଣ କରିଥିଲେ । ପରିଶେଷରେ କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ବାହିନୀ ଭୂଜଙ୍ଗ ଭାଇ ସମସ୍ତ ଭାଇ ଭଉଣୀ ନିଜ ଗୁରୁଙ୍କର ଜୟନ୍ତୀ ମହୋତ୍ସବ କୁ ସବୁଦିଗରୁ ସଫଳ କରିବାକୁ ଉତ୍ସାହିତ କରିଥିଲେ ।

୧୬ ଜୁଲାଇ ରବିବାର ସକାଳୁ ସ୍ଥାନୀୟ କର୍ମ କର୍ତ୍ତା ଓ ଭାଇ ଭଉଣୀ ମାନଙ୍କୁ ନେଇ ଗ୍ରାମ ସଫେଇ, ଜୁଲାଇ ୧୭ ତାରିଖରେ ଗୁଡିଆବନ୍ଧ, ଅଭ୍ୟାସ ଟେକ୍ନୋ ସ୍କୁଲ, ପଦ୍ମପୁର, ତଥା ଅନ୍ତରଝୋଲି ଦିବ୍ୟ ଦର୍ଶନ ଆଶ୍ରମ ପରିସରରେ ବୃକ୍ଷ ରୋପଣ, ଓ ଜୁଲାଇ ୧୮ ତାରିଖରେ ସକାଳ ୬ ଘଣ୍ଟାରେ ନଗର ସଂକୀର୍ତ୍ତନ ଓ ମିଷ୍ଟାନ୍ନ ବଣ୍ଟନ , ୧୦:୩୦ ମି. ରେ ରକ୍ତଦାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ତଥା ୧୧:୦୦ ଠାରୁ ଦିବ୍ୟ ସତସଂଗ କାର୍ଯ୍ୟକ୍ରମ କରାଯିବାର ସ୍ଥିର କରାଯାଇଥିଲା । ପରିଶେଷରେ ଶାନ୍ତି ପାଠ କରି ସଭା ସାଙ୍ଗ କରାଗଲା
More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l