ରିପୋର୍ଟ ପ୍ରଦୀପ ସେଠିଆ।
(ଆମ ଓଡ଼ିଶା ଖବର) ଓଡ଼ିଶାର ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟ ୨୦୨୧ ମସିହା ଅକ୍ଟୋବର ୨୮ ରେ ନିର୍ଦ୍ଦେଶ ଦେଇଥିଲେ।ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ୨୧.୦୭.୨୦୨୨ ତାରିଖ ଦିନ ପୁନଶ୍ଚ ରାୟ ର ଶୁଣାଣି କରି କହିଛନ୍ତି ଯେ,ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ଓ ଉଚ୍ଚ ପ୍ରାଥମିକ,ମାଧ୍ୟମିକ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସ୍ଥିର କରିଛନ୍ତି ଏବଂ ଯଦି ଗୋଟେ ବିଦ୍ୟାଳୟରେ ଗୋଟିଏ ବି ଭିନ୍ନକ୍ଷମ ପିଲା ଅଛି ସେଠି ଜଣେ ସ୍ୱତନ୍ତ୍ର ଶିକ୍ଷକ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁନଶ୍ଚ ଫେବୃଆରୀ ୧୪ ତାରିଖ ୨୦୨୩ ମସିହାରେ ରାୟ ର ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ବିଶେଷ ଆବଶ୍ୟକତା ରଖୁଥିବା ପିଲାମାନଙ୍କର ସଂଖ୍ୟା ,ପଞ୍ଜୀକୃତ ସ୍ୱତନ୍ତ୍ର ଶିକ୍ଷକଙ୍କ ସଂଖ୍ୟା ,ଖାଲି ପଡ଼ିଥିବା ପଦବୀ ସଂଖ୍ୟା, ଚୁକ୍ତିଭିତ୍ତିକ ଶିକ୍ଷକ ଏବଂ ପ୍ରକୃତରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ଶିକ୍ଷକ ସଂଖ୍ୟା/ସ୍ୱତନ୍ତ୍ର ଶିକ୍ଷକଙ୍କ ସଂଖ୍ୟା , ନିର୍ଦ୍ଧାରିତ ସମୟ ସୀମା ଅନୁଯାଇ ପଦବୀ ପୂରଣ ଏବଂ ୨୮ ଅକ୍ଟୋବର ୨୦୨୧ ଏବଂ ୦୨ ମଇ ୨୦୨୨ ତାରିଖରେ ନିର୍ଦ୍ଦେଶ ଅନୁଯାୟୀ ପଦବୀ ପୂରଣ କରିବା ପ୍ରସ୍ତାବକୁ ଦୁଇ ସପ୍ତାହ ଭିତରେ ପ୍ରସ୍ତୁତ କରି ଆଫିଡେଭିଟ୍ ଜମା କରିବାକୁ କହିଥିଲେ। ୨୨ ଅଗଷ୍ଟ ୨୦୨୩ ରେ ଏହି ରାୟ କୁ ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ ଦିବ୍ୟାଙ୍ଗ ଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିକୁ ଗମ୍ଭୀରତାର ସହ ନେଇ କଡ଼ା ଆଭିମୁଖ୍ୟ ରଖି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି ଯେ ଆଗାମୀ ୬ ସପ୍ତାହ ଭିତରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବେ, ଯଦି ଏହାର ବିଳମ୍ବ ହୁଏ, ତେବେ ସେହି ରାଜ୍ୟର ମୁଖ୍ୟ ଶାସନ ସଚି଼ବ କୋର୍ଟରେ ହାଜର ହୋଇ କୈଫିୟତ ଦେବେ। ଏହି ରାୟ ଉପରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ (ଓଏସ୍ଇଏଫଡ଼ି) ମତ ରଖିଛି ଯେ, ଯେଉଁଠି ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ହୃଦୟଙ୍ଗମ କରିପାରୁଛନ୍ତି, ତେବେ ଓଡ଼ିଶା ସରକାର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ କାହିଁକି ହୃଦୟଙ୍ଗମ କରିପାରୁ ନାହନ୍ତି। ଏହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ସମ୍ବିଧାନରେ ଲେଖା ଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ ୨୦୧୬ ଓ ଶିଶୁ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଓଡ଼ିଶାରେ ଅନୁପାଳନ ହେଉ ନାହି ଏହି ନିୟମ ଅନୁଯାୟୀ ପ୍ରତି ସ୍କୁଲରେ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ରହିବା ବାଧ୍ୟତାମୂଳକ ଅଟେ । ଶିକ୍ଷା ଦ୍ବାରା ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ସ୍ବାବଲମ୍ବୀ ହେବା ସହ ଆତ୍ମ ନିର୍ଭରଶୀଳ ହୋଇପାରିବ। ଓଡ଼ିଶାରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ଖୁବଶୀଘ୍ର ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବାକୁ ଓଡ଼ିଶା ସରକାର ଙ୍କୁ ନିବେଦନ କରାଯାଇଛି। ଏହି ନିଯୁକ୍ତି କରାଗଲେ ଓଡ଼ିଶାରେ ଥିବା ୬୦୦୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପକୃତ ହୋଇପାରିବା ସହ ଓଡ଼ିଶାର ସାଧାରଣ ବିଦ୍ୟାଳୟରେ ନାମ ଲେଖାଇଥିବା ୧୪୬୩୬୪ ଜଣ ବିଶେଷ ଆବଶ୍ୟକ ରଖୁଥିବା ବିଦ୍ୟାର୍ଥୀ ଉତ୍ତମ ଶିକ୍ଷା ପ୍ରାପ୍ତ କରିପାରିବେ। ଓଡିଶା ପକ୍ଷରୁ ଉକ୍ତ ମୋକଦ୍ଦମାରେ ମୁଖ୍ୟ ଆବେଦନକାରୀ ଶ୍ରୀ ଅଶ୍ୱିନୀ ମୁଦୁଲି ଅନଲାଇନ ମାଧ୍ୟମରେ ମାନ୍ୟବର କୋର୍ଟରେ ଯୋଡି ହୋଇଥିଲେ ଏବଂ ଓଡିଶା ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସ୍ରିଷ୍ଠି ଅଗ୍ନିହୋତ୍ରୀ ନିଜର ପକ୍ଷ ଉପସ୍ଥାପନା ପରିପ୍ରେକ୍ଷୀରେ ଯୁକ୍ତି ରଖିଥିଲେ ଯେ ଓଡ଼ିଶାର ଅର୍ଜିଦାତା ମାନଙ୍କର ନିଯୁକ୍ତି ପାଇବାର ବୟସସୀମା ଶେଷ ହୋଇଯାଉଛି, ଖୁବ ଶୀଘ୍ର ଓଡିଶା ରାଜ୍ୟ ସରକାରଙ୍କ ତରଫରୁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ବିଜ୍ଞାପନ ନ ବାହାରିଲେ ବହୁତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇବାରୁ ସହ ଦିବ୍ୟାଙ୍ଗ ପିଲାଙ୍କୁ ଶିକ୍ଷାଦାନ ଦେବାରୁ ବଞ୍ଚିତ ହୋଇଯିବେ |
More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l