ବିୟୁରୋ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳର ବୁଦ୍ଧିଜୀବୀ , ଆଇନଜୀବୀ ତଥା ସମାଜସେବୀ ଏପରିକି ଟାଙ୍ଗୀ ରଥଯାତ୍ରାର ଠାକୁର ରାଜା ହେଉଛନ୍ତି ଭାରତ ଭୂଷଣ ଜଗଦ୍ଦେବ । ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିବା ଶ୍ରୀ ଜଗଦ୍ଦେବ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିବା ପରେ ଜଗନ୍ନାଥଙ୍କ ସଂସ୍କୃତି ଉପରେ ମନବଳାଇ ଥିଲେ ।

ଏହାର କିଛି ଦିନ ପରେ ଜଗନ୍ନାଥଙ୍କ ଉପରେ ଏକାଧିକ ପୁସ୍ତକ ଏପରିକି ନିଜ ଗ୍ରାମରେ ଥିବା ବିଭିନ୍ନ ଦେବା-ଦେବୀ ଙ୍କ ଉପରେ ଗୀତ , ଭଜନ ରଚନା କରିଛନ୍ତି । ଜଗନ୍ନାଥ ଙ୍କ ଉପରେ କଥାମୃତ ପ୍ରବଚନ ପ୍ରଦାନ କରି ବେଶ୍ ପରିଚିତ ହୋଇପାରିଛନ୍ତି ଶ୍ରୀ ଜଗଦ୍ଦେବ । ଏଥିପାଇଁ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ଜଗଦ୍ଦେବ ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଆଉ ଏବେ ଛତିଶଗଡ଼ ର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଶ୍ରୀ ଜଗଦ୍ଦେବ ଙ୍କ ରଚିତ ପୁସ୍ତକକୁ ଉଚ୍ଚ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି । ଶ୍ରୀ ଜଗଦ୍ଦେବ ଙ୍କ ରଚିତ ୬ଷ୍ଠ ପୁସ୍ତକ ” ଭକ୍ତପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ ” କୁ ଛତିଶଗଡ଼ ର ମହାମହିମ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଛନ୍ତି ।

More Stories
ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ , 2 ଜଣଙ୍କ ଲାଇସେନ୍ସ ରଦ୍ଦ l
ମା କଜଳେଇ ଦେବୀ ଯୁବକ ସଂଘ ଦ୍ୱାରା ଆୟୋଜିତ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା l
ବାସନ୍ତୀ ମହାପାତ୍ରଙ୍କ ବିଶାଳ ବାଇକ ଶୋଭାଯାତ୍ରା l