ଓଡ଼ିଶା ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଦେବ ଙ୍କ ଇସ୍ତାପା ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟି

ରିପୋର୍ଟ :ଫିଲିପ କୁମାର ଦିଗାଲ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଭାରତୀୟ ଜନତା ପାର୍ଟି ତରପରୁ ଟାଟା ବିଜୁଳି ବିଭାଗର ବାରମ୍ବାର ଅଘୋଷିତ ବିଜୁଳି କାଟ ଏବଂ ଲୋ- ଭୋଲ୍ଟେଜ ପ୍ରତିବାଦରେ ଆଜି ତା 15/06/2023 ଗୁରୁବାର ଦିବା 11 ଘଟିକା ସମୟରେ ବାଲିଗୁଡ଼ା ବିଜେପି ତରଫରୁ ବାଲିଗୁଡ଼ା ଟାଟା ବିଜୁଳି ବିଭାଗ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପଦର୍ଶନ କରିଛନ୍ତିl                                           
ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀ ଜଗନ୍ନାଥ ସାହୁ,
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ -ପଦ୍ମ ଦାସ,
ଜିଲ୍ଲା ସାଧାରଣ ସମ୍ପାଦକ -ଦେବେନ୍ଦ୍ର କୁଦେଇ,
ଜିଲ୍ଲା ସ୍ୱଛ ଭରତ ସଂଯୋଜକ -କଳ୍ପନା କହଁର, କୁସୁମୀ ପ୍ରଧାନ, ସୁରେନ୍ଦ୍ର ପାତ୍ର, ଦିବାକର ସାହୁ, ଆଦିକନ୍ଦ ପଟ୍ଟନାୟକ,ସନ୍ତୋଷ ରେଡ଼ି,ସୁବାଶିଷ ମିଶ୍ର, ଦିଜବର ମଲିକ ଙ୍କ ସମେତ ଅନେକ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହି ସ୍ଥାନୀୟ ବାଲିଗୁଡ଼ା ପୂର୍ବ ବଙ୍ଗଳା ରୁ ବାହାରି ସହର ପରୀକ୍ରମା କରି ବିଜେପି ନାରାଦେଇ ପହଞ୍ଚି ଥିଲେ ବିଦ୍ୟୁତ କାର୍ଯ୍ୟଳୟକୁ  ବାଲିଗୁଡ଼ାରେ ବାରମ୍ବାର ବିଦ୍ୟୁତ କାଟିବା ସହିତ ଲୋକ ମାନେ ଅସନ୍ତୋଷ  ପ୍ରକାଶ କରୁଛନ୍ତି ଛାତ୍ର ଛାତ୍ରୀ ମାନଙ୍କ ପାଠପଡ଼ି ବାରେ ଭାଧା ସୃଷ୍ଟି ହେଉଛି ଏଣୁ ଭାରତୀୟ ଜନତା ପାର୍ଟି ବିଦ୍ୟୁତ କର୍ମଚାରୀ ମାନଙ୍କୁ ଚେତାବନି ଦେଇଛନ୍ତି ଯେ ସହରବାସୀଙ୍କୁ ଏବଂ ଗ୍ରାମାଞ୍ଚଳ ଲୋକ ମାନେ ଉପଯୁକ୍ତ ବିଦ୍ୟୁତ ନପାନ୍ତି ତେବେ ଆଗାମୀ ଦିନରେ ଲଣ୍ଟନ ସଭାଯାତ୍ରା କରିବା ନିମନ୍ତେ ଚେତା ବନି ଦେଇଛନ୍ତି l

error: Content is protected !!