ଚିଲିକା :ତା/୮/୭.ଖୋର୍ଦ୍ଧା ଜିଲ୍ଲା କୁହୁଡି ସ୍ଥିତ ଜନତା ଉଚ୍ଚ ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟରେ ଆସନ୍ତା ତା୧୦/୭/୨୦୨୩ ରିଖ ସୋମବାର ସନ୍ଧ୍ୟା ୫ଘଟିକା ସମୟରେ ମହାସମାରୋହରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଦ୍ୟାଳୟ ପରିସରରେ ଛାତ୍ର ସଂସଦ ସଭାପତି. ଚିଲିକାର ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଟାଙ୍ଗି ଥାନା ଅଧିକାରୀ ଦିଗବିଜୟ ବିଶ୍ଵାଳ, କୁହୁଡି ପୋଲିସ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଘୁନାଥ ସ୍ବାଇଁ, ସମ୍ପାଦକ ସନ୍ତାପ କୁମାର ଜେନା, ଜିଲ୍ଲାପରିଷଦ ବିଜୟ କୁମାର ଜେନା, ରତନପୁର ପଞ୍ଚାୟତ ସରପଞ୍ଚ ଗୁରୁବନ୍ଧୁ ବେହେରା, କୁହୁଡି ପଞ୍ଚାୟତ ସରପଞ୍ଚ ଜୟଦେବ ବେହେରା, ସମେତ ସମସ୍ତ ପୂରାତନ ଛାତ୍ରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନା ନିମିତ୍ତ ବିସ୍ତୃତ ଆଲୋଚନା କରିଥିଲେ ।

ପୁର୍ବ ପ୍ରସ୍ତୁତି ଅନୁଯାୟୀ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ରାଜ୍ୟର ମହା ମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ, ବରେଣ୍ୟ ଅତିଥି ଭାବେ ଭୁବନେଶ୍ଵରର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ଯୋତିରିନ୍ଦ୍ରନାଥ ମିତ୍ର ଯୋଗ ଦେବାକୁ ସହମତି ପ୍ରଦାନ କରିଛନ୍ତି। ଏଣୁ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସୁବନ୍ଦୋବସ୍ତ ସହ ପୂରାତନ ଛାତ୍ର ସଂସଦ ସଭ୍ୟସଭ୍ୟାଙ୍କୁ ବିଭିନ୍ନ କାର୍ଯ୍ୟ ଦାୟିତ୍ଵ ନିର୍ବାହ ପାଇଁ ବିଭାଗ ବଣ୍ଟନ କରାଯାଇଛି । ବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବରେ ବହୁ ସଂଖ୍ୟାରେ ଅଞ୍ଚଳବସୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି l
More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l