ବୌଦ୍ଧ ,,,( ଚିତ୍ତରଞ୍ଜନ ସିଂହ )
ଶିକ୍ଷା ସହ ସ୍ବରୋଜଗାର ପାଇଁ ଆଜିର ଯୁବପିଢି ନିଜକୁ ସ୍ବାବଲମ୍ବୀ ଭାବେ ଗଢିବା ସହ ଆତ୍ମ ନିର୍ଭରଶିଳ ହେଲେ ହିଁ ଏକ ସମୃଦ୍ଧ ଓ ସ୍ବାବଲମ୍ବୀ ଭାରତ ଗଠନ ହୋଇପାରିବ ବୋଲି ଆଜି ଘଣ୍ଟାପଡା ଡ଼ିଗ୍ରୀ କଲେଜ ରେ ଅନୁଷ୍ଠିତ କର୍ମଶାଳାରେ ମତପ୍ରକାଶ ପାଇଛି l ଜିଲ୍ଲା ପ୍ରେସ କ୍ଳବ, ବୌଦ୍ଧର ୬ଷ୍ଠ ପ୍ରତିଷ୍ଠା ଦିବସ ଅବସରରେ କଣ୍ଟାମାଳ ବ୍ଲକ ଘଣ୍ଟାପଡା ଆଞ୍ଚଳିକ ଗ୍ରାମ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍ୱାବଲମ୍ବୀ ଭାରତ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ପ୍ରେସ କ୍ଲବର ବରିଷ୍ଠ ସଦସ୍ୟ ଦିବ୍ୟଶଙ୍କର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ପରିଚାଳନା କମିଟି ସଭାପତି କାର୍ତ୍ତିକେଶ୍ୱର ବେହେରା ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଗିରିଧର ଦେହୁରୀ, ପ୍ରେସ କ୍ଳବ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ, ସଦସ୍ୟ ନରେନ୍ଦ୍ର କୁମାର ସାହୁ, ଦୁର୍ଯ୍ୟୋଧନ ବିଶି, ଜୟକୁମାର ମହାରଣା, ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରଭାତ କୁମାର ସାହୁ ପ୍ରମୁଖ ଯୋଗଦେଇ ଯୁବପିଢ଼ି ସ୍ୱାବଲମ୍ବୀ ହେଲେ ଦାଦନ ଭଳି ସମସ୍ୟା ରହିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ l ରଞ୍ଜନ କୁମାର ପାତ୍ର ସ୍ୱାଗତ ଓ ଅତିଥି ପରିଚୟ କରିଥିଲେ l ଶେଷରେ କଲେଜ ଅଧ୍ୟକ୍ଷ ଶ୍ରୀ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ l ସଦସ୍ୟ ବଂଶୀଧର ମାଝୀ, ଦେବାଶିଷ ମଲିକ ଏବଂ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ l
More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l