ବୌଦ୍ଧ (ଚିତ୍ତରଞ୍ଜନ ସିଂ )
ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ସୂଚନା ଅନୁଯାୟୀ ବୌଦ୍ଧ ଥାନା ତାକୁଡ଼ ଗ୍ରାମର ରାସ୍ତା ଉପରେ ଏକ ମୃତଦେହ ପଡିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି । ସକାଳୁ ଖବର ପ୍ରଚାରିତ ହେବା ପରେ ମୃତଦେହ ଦେଖିବା ପାଇଁ ଆଖପାଖ ଅଂଚଳରୁ ଲୋକେ ଭିଡ଼ ଜମିଥିଲା! ପରିବାର ଲୋକେ ପହଂଚି ଉକ୍ତ ମୃତଦେହ ଚିହ୍ନଟ କରିଛନ୍ତି । ମୃତକ ହେଲେ ପୁରୁଣାକଟକ ଥାନା ଛେଳିଲେଣ୍ଡି ଗ୍ରାମର ରମେଶ ବାରିକ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପାଲିସ ପହଂଚି ନଥିବା ଜଣାପଡିଛି।ପୋଲିସ ତଦନ୍ତ ପରେ ଏହା ହତ୍ୟା ନାଁ ଆତ୍ମ ହତ୍ୟା ସଠିକ ଜଣାପଡିବ!
More Stories
ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି କୁନ୍ଦ୍ରା ପୋଲିସ, ମୃତର କାରଣ ସ୍ପଷ୍ଟ ହୋଇ ନାହିଁ !
ଭୁଷଣ୍ଡପୁର ଶିଶୁପୁତ୍ରକୁ ଅପହରଣ ଓ ହତ୍ୟା ଘଟଣା : ୨ ହତ୍ୟାକାରୀ ଗିରଫ
******** ******* ******
ଧରାପଡିଲା ଗଞ୍ଜେଇ ବେପାରୀ l