ବୌଦ୍ଧ(ଚିତ୍ତ ରଞ୍ଜନ ସିଂ)
ଆଜି ତା :30/08: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ଏକ ବିଲ ମଧ୍ୟରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଆଜି ବିଲକୁ ଧାନ ରୋଇବା ପାଇଁ ଯାଉଥିବା ସମୟରେ କିଛି ମହିଳା ଏକ ଶିଶୁ କନ୍ୟାର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏକଥା ମହିଳାମାନେ ଗ୍ରାମରେ ଯାଇ କହିଥିଲେ । ଗ୍ରାମବାସୀ ସ୍ଥାନୀୟ ପୋଲିସକୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । କିଏ ଓ କେଉଁ ଉଦ୍ଦେଶ୍ୟରେ ଶିଶୁ କନ୍ୟାକୁ ଏଭଳି ଫିଙ୍ଗି ଦେଇଛି ତାହା ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ଶିଶୁ କନ୍ୟା ହୋଇଥିବାରୁ କେହି ଫିଙ୍ଗି ଦେଇଥିବା କିମ୍ବା କୁମାରୀ ମାତୃତ୍ୱ ହେତୁ ଏଭଳି କରିଥିବା ସାଧାରଣରେ ଚର୍ଚ୍ଚା ଚାଲିଛି l
More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l