ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ଆଜି ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଯେତେସବୁ ଅଜଣା ଅସହାୟ ଶବସତ୍କାର କରାଯାଇଥିଲା ତାଙ୍କର ଆତ୍ମାର ସଦଗତି କାମନା କରି ଚନ୍ଦ୍ରଭାଗା ଓ ମହୋଦଧି ରେ ସମୂହ ତିଳତର୍ପଣ କରାଯାଇଛି । ଏହି ସଂଗଠନ ପ୍ରତିବର୍ଷ ବୌଦ୍ଧ ଦେଇ ବହିଯାଇଥିବା ମହାନଦୀରେ ସମୂହ ତିଳତର୍ପଣ କରୁଥିବାବେଳେ ଏବର୍ଷ ଚନ୍ଦ୍ରଭାଗା ଓ ମହୋଦଧି ରେ ତିଳତର୍ପଣ କରିବା ସହିତ ସମଗ୍ର ମାନବ ସମାଜର ମଙ୍ଗଳ କାମନା କରି ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଓ ଜଗତ ଜନନୀ ମାଁ ଘଟଗାଁ ତାରିଣୀ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସଭାପତି ମିନୁ ପ୍ରସାଦ ମିଶ୍ର ,ରାମଚନ୍ଦ୍ର ମେହେର ,ରମେଶ ପ୍ରଧାନ , ସନ୍ତୋଷ କୁମାର ମେହେର , କ୍ରିଷ୍ଣା ମେହେର , ବିକାଶ ମେହେର ସଂଯୁକା ମଲ୍ଲିକ, ସନ୍ତୋଷିନୀ ମେହେର ଓ ଇନ୍ଦ୍ରମଣି ମେହେର ପ୍ରମୁଖ ସାମିଲ ହୋଇଥିଲେ ।
ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ଚନ୍ଦ୍ରଭାଗା ଓ ମହୋଦଧି ରେ ସମୂହ ତିଳତର୍ପଣ l

More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l