ବୌଦ୍ଧ (ଚିତ୍ତରଞ୍ଜନ ସିଂ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପ୍ରତିନିଧି ପ୍ରୀତି ରଞ୍ଜନ ଦାସ ଦୈନିକ ସମାଜର ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନୀତ ହୋଇଛନ୍ତି | ଆଜି କଟକ ସାରଳା ଭବନ ଠାରେ ଅନୁଷ୍ଠିତ ସମାଜର 104 ତମ ବାର୍ଷିକ ସମାରୋହ ଅବସରରେ ତାଙ୍କୁ ସମ୍ମାନୀତ କରାଯାଇଛି | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଛତିଶଗଡ ରାଜ୍ୟର ରାଜ୍ୟପାଳ ବିଶ୍ବ ଭୁଷଣ ହରିଚନ୍ଦନଙ୍କ ସମେତ ରାଜ୍ୟ ସରକାରଙ୍କ IT ଉପଦେଷ୍ଟା ସୁବ୍ରତ ବାଗଚୀ, ଲୋକ ସେବକ ମଣ୍ଡଳର ଅଧ୍ୟକ୍ଷ ନିରଞ୍ଜନ ରଥ, ସମ୍ପାଦକ ଡ. ପ୍ରଭାତ ଆଚାର୍ଯ୍ୟ, ଉପ ସଭାପତି ଦୀପକ ମାଲବ୍ୟ, ସମାଜର ସମ୍ପାଦକ ପ୍ରମୋଦ କୁମାର ମହାପାତ୍ର, ମୁଖ୍ୟ ପରିଚାଳକ ଶିବରାମ୍ ମିଶ୍ର, ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ | 2009 ମସିହାରୁ ଦୀର୍ଘ 14 ବର୍ଷ ଧରି ହରଭଙ୍ଗା ବ୍ଲକ୍ ଅଂଚଳରୁ ସମାଜର ପ୍ରତିନିଧି ଭାବେ ପ୍ରୀତି ରଞ୍ଜନ ଦାସ ଅଂଚଳର ମୌଳିକ ସମସ୍ୟା ଓ ଅଭାବ ଅସୁବିଧାକୁ ସମାଜରେ ସ୍ଥାନ ଦେଇ ଆସୁଛନ୍ତି | ତାଙ୍କୁ ଏ ସମ୍ମାନ ମିଳିବା ପରେ ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିସ ଫୋରମର ସଭାପତି ଦିବ୍ୟ ଶଙ୍କର ରାଉତ, ସମ୍ପାଦକ ଯୁଗଳ କିଶୋର ସାମଲ, ବରିଷ୍ଠ ସଦସ୍ୟ ଚିତ୍ତ ରଞ୍ଜନ ସିଂ, ସୁକାନ୍ତ ପଟ୍ଟନାୟକ, ଦେବାନନ୍ଦ ସାହୁ, ଦିବ୍ୟ ରଞ୍ଜନ ପଟ୍ଟନାୟକ, ବାସୁଦେବ ସାହୁ, ସତ୍ୟଜିତ କୁମାର ପଣ୍ଡା, ସତ୍ୟ ନାରାୟଣ ପାଣି, ସୁଧାଂଶୁ ଶେଖର ମିଶ୍ର, ଭାଗବତ ମେହେର, ସୁଶାନ୍ତ ବେହେରା ବଂଶୀଧର ମାଝୀ, ଦେବାଶିଷ ମଲ୍ଲିକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l
ସମାଜର 104 ତମ ବାର୍ଷିକ ଉତ୍ସବ ପାଳିତ l

More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l