ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ ),ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଙ୍କ ଆହ୍ବାନ କ୍ରମେ ଆଜି ସରା ଭାରତ ବର୍ଷ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଗାଁ ଠୁ ସହର ପ୍ରତି ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲୁ ରହିଛି l ଏହି କାର୍ଯ୍ୟକ୍ରମ କୁ ନେଇ ଆଜି ବୌଦ୍ଧ ଜିଲ୍ଲା ଜଳ ଓ ପରିମଳ ମିଶନ ବିଭାଗ ଆନୁକୁଲ୍ୟରେ ହରଭଙ୍ଗା ବ୍ଲକ ପ୍ରଶାସନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମଦାନ କରି ଆବର୍ଜନା ମୁକ୍ତ ଭାରତ ଗଢି ତୋଲିବାର ସ୍ବପ୍ନ କୁ ସାକାର କରିବା ପାଇଁ ଏକ ତାରିଖ ଏକଘଣ୍ଟl ଏକ ସlଥିରେ ଶ୍ରମଦାନ କରି ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ ପରିସର ସହିତ ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥ ଚରିଛକ୍ ର ଉଭୟ ପାର୍ଶ୍ଵ ଅନ୍ୟ ପଟେ ପୁରୁଣା କଟକ ଥାନା ଓ jmc କୋର୍ଟ ରାସ୍ତା ର ଉଭୟ କଡ଼ରେ ଥିବା ଅଳିଆ ଆବର୍ଜନା ସଫା କରିବା ସହିତ ସଚେତନତା ବାର୍ତ୍ତା ଦେଇଥିଲେ l ଉକ୍ତ କାର୍ଯୟକ୍ରମରେ ବିଡ଼ିଓ ସ୍ଵପ୍ନିତ ନାଏକ, ତହସିଲଦାର ଶିବାନୀ ଦାସ, ଜଳ ପରିମଳ ବିଭାଗ ଯନ୍ତ୍ରୀ ପ୍ରଦୀପ ଜେନା, ବ୍ଲକ ର ସମସ୍ତ କର୍ମଚାରି, ମିଶନ ଶକ୍ତି ମା ମାନେ ସାମିଲ ରହିଥିଲେ I ସେହିପରି ବ୍ଲକ ର 22ଗୋଟି ପଞ୍ଚାୟତ, ସ୍କୁଲ, କଲେଜ, ଅବକାରୀ ବିଭାଗ ଚରିଛକ୍ ଠାରେ ମଧ୍ୟ ଏହି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଥିବା ଦେଖିବାକୁ ମିଳିଥିଲା l
ବ୍ଲକ୍ ପ୍ରଶାସନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ l

More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l