ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ),
ଆଜି ସକାଳ ୧୦ ଘଟିକା ସମୟରେ ସ୍ଥାନୀୟ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡ୍ କ୍ରସ ଶାଖା ଆନୁକୁଲ୍ୟରେ ଯୁବ ରେଡକ୍ରସ ର କାଉନସିଲର ଶ୍ରୀ କୁଶଧ୍ୱଜ ମହାକୁଡ ଓ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରହରାଜ ତତ୍ଵାବଧାନରେ ବିଦ୍ୟାଳୟର ସ୍ବେଚ୍ଛାସେବୀ ମାନଙ୍କଦ୍ଵାରା “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ମାଧ୍ୟମରେ “ଶ୍ରମଦାନ” କରି ବିଦ୍ୟାଳୟ ର ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା।ସ୍ବେଛାସେବୀ ମାନେ ଖୁବ୍ ଯତ୍ନର ସହ ବିଦ୍ୟାଳୟ ର ଚାରିପାଖ ସଫେଇ କରିଥିଲେ ।ଏହାର ମୂଳ ଉଦ୍ଦେଶ୍ୟ “ସ୍ୱଚ୍ଛତା ଶ୍ରମଦାନରେ ସକ୍ରିୟ ଅଂଶ ଗ୍ରହଣ” ଏହା ଆମର ବ୍ରତ ହେବା ଦରକାର ।ଆମ ଗାଁ,ସହର ଓ ନଗର କୁ ସଂପୂର୍ଣ୍ଣ ସ୍ୱଚ୍ଛ ଏହାର ଲକ୍ଷ୍ୟ ।ଉକ୍ତ କାର୍ଯ୍ଯକ୍ରମ ରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।
More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l