ବୌଦ୍ଧ(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜିଳାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାରେ ସଡକ ଦୁର୍ଘଟଣା ଏବଂ ମୃତ୍ୟୁହାର ନେଇ ସମୀକ୍ଷା କରାଯାଇଥିଲା । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାରିଅନସ୍ ମିଞ୍ଜ, ଆଂଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର, ବୌଦ୍ଧ ପୃତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାସ ଜାତୀୟ ରାଜପଥ ନିର୍ବାହି ଯନ୍ତ୍ରୀ ଚନ୍ଦନ କୁମାର ରଥ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ, ଜିଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସଡକ ସୁରକ୍ଷା ଉପରେ ପୋଲିସ୍ ଏବଂ ଆରଟିଓଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ, ବାଇ-ପାସ୍ ରାସ୍ତାର ଜଗଦୀଶପୁର ଛକ ଠାରେ ଦୁର୍ଘଟଣା ରୋକାଯିବା , ଆଡେନିଗଡ CHC ରେ ଆମ୍ବୁଲାନ୍ସ ରଖାଯିବା ନେଇ ଆଲୋଚନା କରାଯାଇଥିଲା ।
ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ l

More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l