ବାଣପୁର:-ମହା ମହିମା ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ବା ରଥଯାତ୍ରା। ପ୍ରତେକ୍ ବର୍ଷର ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ପଡ଼ିଥାଏ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବଡହନ୍ତୁଆଡ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଚରଣ ଚକାଦେବ ଓ ବାଣପୁର ବଜାର ସାହିରେ ଥିବା ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ଘୋଷଯାତ୍ରା ଧୁମଧାମ ସହ ଅନୁଷ୍ଠିତ ହୋଇଯାଇଛି

ମନ୍ଦିର କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତିରେ ବୈଦିକ ରୀତି ନୀତି ରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା । ପରେ ଶ୍ରୀ ଜୀଉ ମାନଙ୍କୁ ରଥାରୁଢ଼ କରିବା। ପରେ ଜଗନ୍ନାଥ ଶ୍ରୀ ଚରଣ ଚକାଦେବଙ୍କ ରଥକୁ ଭାଟପଡା ଗଡ଼ ରାଜା ଶ୍ରୀ ମାନମେନ୍ଦ୍ର ମହାରଥl ଓ ରଙ୍କନାଥ ଦେବଙ୍କ ରଥକୁ ପାରିକୁଦ ଗଡ଼ ରାଜା ଶ୍ରୀ ସନ୍ତୋଷ କୁମାର ମର୍ଦରାଜ ଛେରା ପହଁରା କରିଥିଲେ।ଭକ୍ତ ଭଗବାନ ଙ୍କ ଏହି ଅପୂର୍ବ ମିଳନ କୁ ଦେଖିବା ପାଇଁ ଚାହିଁ ବସିଥିବା ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ପଲଟନ ପଡିଆ ଓ ବାଣପୁର ବଜାର ସାହିରେ।
More Stories
ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ , 2 ଜଣଙ୍କ ଲାଇସେନ୍ସ ରଦ୍ଦ l
ମା କଜଳେଇ ଦେବୀ ଯୁବକ ସଂଘ ଦ୍ୱାରା ଆୟୋଜିତ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା l
ବାସନ୍ତୀ ମହାପାତ୍ରଙ୍କ ବିଶାଳ ବାଇକ ଶୋଭାଯାତ୍ରା l