( ବିୟୁରୋ ରିପୋର୍ଟ )
ଚାନ୍ଦପୁର ଥାନା ଅଧିନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲ ରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି 3 ଜଣ ଜୁଆଡୀ ଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି , 6 ଟି ମୋଟର ସାଇକେଲ , 3 ଟି ମୋବାଇଲ ଏବଂ ନଗଦ 35 ହଜାର 670 ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।

ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ ବୟସ , ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ନିରୀକ୍ଷକ ଜଗଦୀଶ କର ସୂଚନା ଦେଇଛନ୍ତି ।
More Stories
ଭୁଷଣ୍ଡପୁର ଶିଶୁପୁତ୍ରକୁ ଅପହରଣ ଓ ହତ୍ୟା ଘଟଣା : ୨ ହତ୍ୟାକାରୀ ଗିରଫ
******** ******* ******
ଧରାପଡିଲା ଗଞ୍ଜେଇ ବେପାରୀ l
ମହିଳାଙ୍କର ମୃତଦେହ ଏକ ପୋଲ ତଳୁ ଉଦ୍ଧାର କରିଛି ବୈପାରୀଗୁଡା ପୋଲିସ !